SBIରେ CBO ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ଦେଶର ସବୁଠାରୁ ବଡ ବ୍ୟାଙ୍କ୍ SBIରେ ଚାକିରି ପାଇଁ ବଡ ସୁଯୋଗ ।  SBIରେ CBO ଅର୍ଥାତ୍ ସର୍କଲ ବେଷ୍ଟ ଅଫିସର ପାଇଁ ୨୬୦୦ ପଦବୀ ଖାଲି ପଡିଛି । ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ ପାଇଁ ଏହାର ଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୨୬୦୦

Umasankar Adv

ଅଣଆରକ୍ଷିତ ବର୍ଗ ପ୍ରାର୍ଥୀ – ୧୦୬୬

ଏସସି -୩୮୭

ଏସଟି -୧୯୦

ଓବିସି-୬୯୭

EWS -୨୬୦

ଆବେଦନ ତାରିଖ : ମେ ୯ ତାରିଖଠାରୁ ମେ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି ଓ ଏସଟି ପ୍ରାର୍ଥୀଙ୍କ ବୟସ ସୀମାକୁ ୫ ବର୍ଷ ଅଧିକ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ଅଧିକ ବୟସ ସୀମା ଛାଡ କରାଯାଇଛି ।

ହିନ୍ଦୀ ଭାଷାରେ ଖାଲି ପଦବୀ :

ଭୋପାଲ ସର୍କିଲ – ଏମପି, ଛତିଶଗଡ -୨୦୦

ଚଣ୍ଡିଗଡ ସର୍କିଲ – ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ -୮୦

ଲକ୍ଷ୍ନୌ ସର୍କିଲ – ୟୁପି -୨୮୦

ଦିଲ୍ଲୀ – ଦିଲ୍ଲୀ, ଉତ୍ତରାଖଣ୍ଡ, ହରିୟାଣା, ୟୁପି -୩୦

ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ବିଷୟରେ ଗ୍ରାଜୁଏସନ ପାସ୍ କରିଥିବା ଜରୁରୀ ।

ଦରମା : ନିଯୁକ୍ତିର ଆରମ୍ଭ ଦରମା ୪୮,୪୮୦ଠାରୁ ଆରମ୍ଭ । ଆବେଦନକାରୀଙ୍କ ପାଇଁ ପେନସନ ବ୍ୟବସ୍ଥା, ମେଡିକାଲ ସୁବିଧା ଏବଂ ଅନ୍ୟାନ୍ୟ ଭତ୍ତା ଓ ସୁବିଧାର ବ୍ୟବସ୍ଥା ରହିଛି ।

ଆବେଦନ ଶୁଳ୍କ :

ଜେନେରାଲ, EWS, ଓବିସି ପ୍ରାର୍ଥୀଙ୍କ ପାଇଁ ୭୫୦ ଶୁଳ୍କ ଧାର୍ଯ୍ୟ କରାଯାଇଛି । ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇନାହିଁ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ପେଜରେ ଦି୍ଆଯାଇଥିବା ‘Recruitment’ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ଦିଆଯାଇଥିବା ସୂଚନାନୁଯାୟୀ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।

ପରେ ଫର୍ମଟିକୁ ସବମିଟ କରନ୍ତୁ ।

ଶେଷରେ ଆବେଦନ ଫର୍ମର ପ୍ରିଣ୍ଟ ଆଉଟ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।

Leave A Reply

Your email address will not be published.