ପଛୁଆବର୍ଗଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ

fulbani poura parisada

ରାଇକିଆ : ଓଡ଼ିଶାରେ ପ୍ରଥମଥର ପାଇଁ ପଛୁଆବର୍ଗଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣ ପ୍ରଦାନ କରଯାଇଛି। ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପଛୁଆବର୍ଗଙ୍କୁ ସଂରକ୍ଷଣ କ୍ଷେତ୍ରରେ ଅଣଦେଖା କରାଯାଉଥିଲା। ବାରମ୍ବାର ଦାବି ସତ୍ତ୍ୱେ ତତ୍କାଳୀନ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନ ଥିଲେ। ପ୍ରଥମଥର ପାଇଁ ଶିକ୍ଷାକ୍ଷେତ୍ରରେ ସାମିଲ କରି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଶନିବାର କନ୍ଧମାଳ ଜିଲା ଭାଜପା ତରଫରୁ ଏ ନେଇ ଏକ ଖବରଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ, ରାଜ୍ୟ ସଭାପତି ମନମୋହନ ସାମଲ, କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲା ସଭାପତି ପଣ୍ଡିତ କୁମାର ବିଶ ମାଝୀ, ଜିଲା ଓବିସି ମୋର୍ଚ୍ଚା ସଭାପତି ସଂତୋଷ ଲେଙ୍କା, ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ସାହୁ, ପୂର୍ବତନ ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ଯୋଗ ଦେଇଥିଲେ। ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ରାଇକିଆ ମଣ୍ଡଳ ସଧାରଣ ସମ୍ପାଦକ ସନକ ଦିଗାଲ ଧନ୍ୟବାଦ ଦେଇଥିଲେ।

057 code kasam
Leave A Reply

Your email address will not be published.