ଯୋଗାଣ ବିଭାଗ ଧରିଲା ୧୫ କୁଇଣ୍ଟାଲ ଆମ୍ବ ଟାକୁଆ

fulbani poura parisada

କନ୍ଧମାଳ : ଯୋଗାଣ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ମିଳିତ ଭାବେ ଚଢ଼ାଉ କରି ଜଗନ୍ ସୁବୁଦ୍ଧିଙ୍କ ଗୋଦାମରୁ ବିକ୍ରି ଉଦ୍ଦେଶ୍ୟରେ ଗଚ୍ଛିତ ଆମ୍ବ ଟାକୁଆ ଜବତ କରିଛନ୍ତି। ଲକ୍ଷ୍ମୀ ବଜାରର ବ୍ୟବସାୟୀଙ୍କ ଗୋଦାମରେ ପର୍ଯ୍ୟାପ୍ତ ଆମ୍ବ ଟାକୁଆ ମହଜୁଦ ଥିବା ଜିଲ୍ଲା ଯୋଗାଣ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀ ଖବର ପାଇଥିଲେ। ନିର୍ଭରଯୋଗ୍ୟ ସୂଚନା ଆଧାରରେ ମିଳିତ ଟିମ୍ ସମ୍ପୃକ୍ତ ଗୋଦାମରେ ଚଢ଼ଉ କରିଥିଲେ। ବିକ୍ରି ପାଇଁ ୪୮ ଟି ବସ୍ତାରେ ଥିବା ୧୫ କୁଇଣ୍ଟଲ ଆମ୍ବ ଟାକୁଆ ଜବତ କରିଥିଲେ। ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢ ଜବତ ଆମ୍ବ ଟାକୁଆ ର ପ୍ରାଥମିକ ପରୀକ୍ଷଣ କରି ଏହା ଖାଦ୍ୟ ଅନୁପ‌ ଯୋଗୀ ବୋଲି କହିଥିଲେ । ପରେ ଫୁଲବାଣୀ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କ ଉପସ୍ଥିତିରେ ସମସ୍ତ ଆମ୍ବ ଟାକୁଆ ଜବତ କରାଯାଇଛି। ଖାଦ୍ୟ ଅନୁପ‌ ଯୋଗୀ ପଦାର୍ଥ ରଖିବା ଅଭିଯୋଗରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ୨୫ ହଜାର ଟଙ୍କା ଜରିମାନା କରାଯାଇଛି। ଜବତ ହୋଇଥିବା ଆମ୍ବ ଟାକୁଆ କୁ ଅଧିକ ପରୀକ୍ଷା ନିମନ୍ତେ ଭୁବନେଶ୍ଵର ପଠାଯାଇଛି ବୋଲି ଯୋଗାଣ ବିଭାଗ କହିଛନ୍ତି । ଏ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର କହିଛନ୍ତି । ସହକାରୀ ଯୋଗାଣ ଅଧିକାରୀ ପି. ଭାର୍ଗବୀ, ଯୋଗାଣ ନିରୀକ୍ଷକ ବିପିନ ମହାପାତ୍ର, ସ୍ବର୍ଣ୍ଣମୟୀ ବିଶ୍ଵାଳ ଏବଂ ନିହାର ରଞ୍ଜନ ବେହେରା ଚଢ଼ାଉ ରେ ସାମିଲ ହୋଇଥିଲେ । ସ୍ମରଣଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୩୧ ରେ ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଯାଉ ଖାଇ ତିନି ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା I ଆମ୍ବଟାକୁଆ ନଖାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ସହ ଏହାକୁ ଗଚ୍ଛିତ ରଖୁବା ଏବଂ ବିକ୍ରି ନକରିବାକୁ ପ୍ରଶାସନ ପରାମର୍ଶ ଦେଇଥିଲା। ପ୍ରଶାସନର ତାଗିଦ ସତ୍ତ୍ୱେ ଆମ୍ବଟାକୁଆ ବିକ୍ରି ଉଦ୍ଦେଶ୍ୟରେ ମହଜୁଦ ରଖୁ ଛନ୍ତି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ଅଧିକାରୀ ମିଶ୍ର କହିଛନ୍ତି।

057 code kasam
Leave A Reply

Your email address will not be published.