ଭୁବନେଶ୍ୱର : ଯାତ୍ରା ଅଭିନେତ୍ରୀଙ୍କୁ ମାଡ଼ ମରାଯିବା ନେଇ ଥାନାରେ ଏତଲା । ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଲେ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ | ତୁଳସୀ ଗଣନାଟ୍ୟ ଓ ଅଶୋକ ସମ୍ରାଟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାରେ ଅଭିଯୋଗ କରାଯାଇଛି | ବାକି ଟଙ୍କା ମାଗିବାରୁ ଯାତ୍ରାମାଲିକ ମାଡ଼ ସହ ଧମକ ଦେବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ବାଲେଶ୍ବର ବାଲିଆପାଳ କ୍ୟାମ୍ପରେ ମାଡ଼ ମରାଯାଇଥିବା କଥା କହିଛନ୍ତି ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ | ଲୋକ ଲଗାଇ ମାଡ଼ ମାରିଥିବା ଏତଲାରେ ଦର୍ଶାଯାଇଛି। ପୋଲିସ ତଦନ୍ତ ଅନୁଯାୟୀ ପୂର୍ବରୁ ମଧ୍ୟ ଯାତ୍ରାମାଲିକଙ୍କ ନାରେ ଅନ୍ୟ ଏକ ଯାତ୍ରା କଳାକାର ସମାନ ଅଭିଯୋଗ ଆଣିଥିଲେ କିନ୍ତୁ ଅଭିଯୋଗ ପରେ ଯାତ୍ରା ମାଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏହି ଅଭିଯୋଗର ତଦନ୍ତ ପାଇଁ ଯାତ୍ରା ମାଲିକଙ୍କୁ ଯୋଗାଯୋଗ କରୁଛି ପୋଲିସ |
