ରାଉରକେଲା : ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର । ପୋଲିସ ଗୁଳିରେ ଝାଡ଼ଖଣ୍ଡ ଲାତେହାରରେ ମାଓ କମାଣ୍ଡର ମନୀଷ ଯାଦବ ମୃତ। ଆଉ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାଓବାଦୀଙ୍କ ଉପରେ ଥିଲା 10 ଲକ୍ଷ ଟଙ୍କାର ପୁରସ୍କାର ରାଶି । ମୃତ ମନୀଷ ଉପରେ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସେମାନଙ୍କ ନିକଟରୁ ଦୁଇଟି ଏକ୍ସ ୯୫ ରାଇଫଲ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ପାଲାମୁ ଡିଆଇଜି ଓ୍ବାଇ ଏସ ରମେଶ । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
