୪୦ବର୍ଷ ଦେଶ ସେବା କରି ଘରକୁ ଫେରିଲେ ନକୁଳ

ଘୁ.ଉଦୟଗିରି: ଦେଶର ସେବା କରିବା ପାଇଁ ଦୃଢ଼ ଇଛାଶକ୍ତି ଏବଂ ସାହସର ସହିତ ଦୀର୍ଘ  ୪୦ ବର୍ଷ ଦେଶ ସେବା କରି ଅବସର ନେବା ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି କଳିଙ୍ଗା ମାଟିର ବୀର ସନ୍ତାନ ନକୁଳ ମଲ୍ଲିକ।

057 code kasam

ମହାଆଡମ୍ବରରେ ବାଣ ଫୁଟାଇ ବାଜା ବଜାଇ ନାଚିନାଚି ଖୁସିରେ ନକୁଳଙ୍କୁ କଳିଙ୍ଗାବାସୀ ସ୍ବାଗତ କରିଛନ୍ତି।  କଳିଙ୍ଗା ଡିଏଭିଠାରୁ କଳିଙ୍ଗା ଛକ ଦେଇ ବାବା ଛକ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା।

Umasankar Adv

ନକୁଳ ମଲ୍ଲିକ ସିଆରପିଏଫରେ ଇନ୍ସପେକ୍ଟର/ ଜିଡି ଭାବେ ୨୬.୦୬.୧୯୮୫ ଠାରୁ ୩୧.୦୫.୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ରହି ନିଷ୍ଠାର ସହ ଦେଶ ପାଇଁ କର୍ତ୍ତବ୍ୟ କରି ଅବସର ପରେ ନିଜ ଜନ୍ମମାଟିରେ ପହଞ୍ଚିଥିଲେ। ନିଜ ଜନ୍ମମାଟିର ବାସିନ୍ଦା ତାଙ୍କୁ ଯେଉଁ ସମ୍ମାନ ଦେଇଛନ୍ତି ସେଇ ସମ୍ମାନ ତାଙ୍କ ପାଇଁ ଏକ ଅମୂଲ୍ୟ ଉପହାର ଏହା ଠାରୁ ଆଉ ବଡ଼ କିଛି ନାହିଁ ବୋଲି ସେ କହିଛନ୍ତି।

057 code kasam
Leave A Reply

Your email address will not be published.