କଣ୍ଟାବାଞ୍ଜି : ଆଖି ଆଗରେ ଚାଲିଗଲା ସାନ ଭାଇର ଜୀବନ ବଡ଼ଭାଇ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ବଙ୍ଗୋମୁଣ୍ଡା କଣ୍ଟାବାଞ୍ଜି ୪୨ନଂ ରାଜ୍ୟ ରଜପଥ ଦନ୍ଦରା ଗାଁନିକଟ ରାସ୍ତାରେ ଦେଖିବାକୁ ମିଳିଛି । ମୃତକ ହେଉଛନ୍ତି ବଙ୍ଗୋମୁଣ୍ଡା ଗାଁ ଦୁର୍ଯ୍ୟୋଧନ ପୁଟେଲ ବୋଲି ଜଣାପଡିଛି । ଖଡ଼ିଆଳ ପଟରୁ ଓସଆରସିଟିସ ର ବସ ଯାଉଥିବା ବେଳେ କଣ୍ଟାବାଞ୍ଜି ପଟରୁ ୨ ଭାଇ ବଙ୍ଗୋମୁଣ୍ଡା ଅଭିମୁଖେ ଆସୁଥିବା ବେଳେ ଦନ୍ଦରା ଗାଁ ବୁଲଣି ନିକଟରେ ବାଇକରେ ଯାଉଥିବା ୨ ଭାଇଙ୍କ ମଧ୍ୟରେ ଧକ୍କା ହୋଇଥିଲା । ବଙ୍ଗୋମୁଣ୍ଡା ପୋଲିସ ଓ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି ।
