କରୋନାର ନୂଆ ନୂଆ ରୂପକୁ ନେଇ ସତର୍କ କଲେ ରାଜ୍ୟ ସରକାର

କରୋନାର ନୂଆ ରୂପ ଚିନ୍ତା ବଢ଼ାଉଥିବା ବେଳେ ଓଡ଼ିଶାରେ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୁଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏହାରି ଭିତରେ ଓଡ଼ିଶାରେ ଟିକାକରଣ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରାଯାଇଛି । ରାଜ୍ୟରେ ମୋଟ୍ ୧୨ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଥିବା ବେଳେ କେତେ ପ୍ରତିଶତ ଆଂଟିବଡ଼ି ବିକଶିତ ହୋଇଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

gpkandhamal

ବେଳ ଥାଉ ଥାଉ ସାବଧାନ ନହେଲେ, କରୋନା ସଂକ୍ରମଣ କେଉଁ ଭଳି ସ୍ଥିତି ସୃଷ୍ଟି କରିପାରେ, ଏକଥା ଆମେ ସମସ୍ତେ ଅନୁଭବ କରିଛନ୍ତି । ଆଉ ଏଭଳି ସ୍ଥିତିରେ କରୋନାର ନୂଆ ନୂଆ ରୂପ ଏବଂ ମହାରାଷ୍ଟ୍ର, ସମେତ ଦେଶର ବିଭିନ୍ନ ସ୍ଥାନରେ ବଢ଼ୁଥିବା ସଂକ୍ରମଣ ପୁଣି ଥରେ କରୋନାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି ।

Umasankar Adv
Leave A Reply

Your email address will not be published.