ସୁରଟ ସମେତ ଗୁଜୁରାଟର ୪ ସହରରେ ନାଇଟ୍ କର୍ଫ୍ୟୁ

କରୋନାର ବିଭୀଷିକା ସେତେବେଳେ ଉଗ୍ରରୂପ ନେଇଥିଲା ଯେତେବେଳେ ପ୍ରବାସୀ ଓଡିଆମାନେ ସୁରଟରୁ ଓଡିଶା ମୁହାଁ ହୋଇଥିଲେ । ଗତବର୍ଷ କରୋନା ସଂକ୍ରମଣ ବଢିବା ସମୟରେ ପ୍ରାୟ ୪ଲକ୍ଷ ପ୍ରବାସୀ ଓଡିଆ ଫେରିଥିବା ବେଳେ ୭୦ ପ୍ରତିଶତ ସୁରଟରୁ ଗଞ୍ଜାମକୁ ଫେରିଥିଲେ । ଆଉ ଏବେ ଗୁଜରାଟରେ ଗୋଟିଏ ଦିନରେ ୮୦୦ରୁ ଅଧିକ ସଂକ୍ରମିତ ହେବା ଏବଂ ଗୁଜୁରାଟରେ ସୁରଟ ସଂକ୍ରମଣ ହାରରେ ଏକ ନମ୍ବର ସ୍ଥାନରେ ରହିବା, ପ୍ରବାସୀ ଓଡିଆଙ୍କୁ ପୁଣି ଥରେ ଓଡିଶା ଫେରିବା ପାଇଁ ଚିନ୍ତା କରିବାକୁ ବାଧ୍ୟ କରିଛି । ପୁଣିଥରେ ସୁରତରୁ ଓଡିଶା ଫେରିବା ପାଇଁ ଯୋଜନା କଲେଣି ପ୍ରବାସୀ ଓଡିଆ । ଯାହାକି ଚିନ୍ତାର ବିଷୟ ହୋଇଛି । କାରଣ ଗତବର୍ଷ ଗଞ୍ଜାମରେ ସଂକ୍ରମଣ ବଢିବା ପଛରେ ମୁଖ୍ୟ କାରଣ ଥିଲା ସୁରଟରୁ ଫେରିଥିବା ପ୍ରବାସୀ ଓଡିଆ ।

gpkandhamal

କେବଳ ଗୁଜରାଟ କଥା ଯଦି ଦେଖିବା, ସୋମବାର ୮୯୦ଟି ନୂଆ ସକ୍ରିୟ ମାମଲା ଆସିବା ପରେ ମୋଟ ସଂକ୍ରମଣ ସଂଖ୍ୟା ପହଞ୍ଚିଛି ୨ଲକ୍ଷ୭୯ହଜାର୯୭ରେ । ଆଉ ସବୁଠୁ ଅଧିକ ସଂକ୍ରମିତ ହୋଇଛନ୍ତି ସୁରତରେ । ଗତ ୨୪ ଘଂଟା ମଧ୍ୟରେ ସୁରଟରେ ୨୬୨ଜଣ, ଅହମ୍ମଦାବାଦରେ ୨୦୯, ଭଦୋଦରାରେ ୯୭ ଏବଂ ରାଜକୋଟରେ ୯୫ଜଣ ସଂକ୍ରମିତ ହୋଇଛନ୍ତି ।

Umasankar Adv
Leave A Reply

Your email address will not be published.