କାର୍‌ରୁ କଙ୍କାଳ ମିଳିବା ଘଟଣା, ଏକ ପରିବାରର ହେବ ଡିଏନ୍‌ଏ ଟେଷ୍ଟ

ଭୁବନେଶ୍ୱର ଉପକଣ୍ଠ ଯାଆଁଳ ଫାଣ୍ଡି ପରିସରରେ ଥିବା ଏକ କାର୍‌ରୁ ମିଳିଥିବା କଙ୍କାଳର ତଦନ୍ତ କରିବାକୁ ଯାଇ କିଛି ଦିନ ହେବ ନାକଦମ ହେଉଥିବା ପୁଲିସ୍‌ ହାତରେ ଶେଷରେ କିଛି ସୁରାଗ ଲାଗିଥିବା ଜଣାଯାଇଛି।  ଲୋକଙ୍କଠାରୁ ମିଳିଥିବା ସୂଚନା ଆଧାରରେ  ଏକ ନିର୍ଦ୍ଦିଷ୍ଟ ପରିବାରର DNA ଟେଷ୍ଟ କରିବ ପୁଲିସ୍‌ ।  କିନ୍ତୁ ପରିବାର ସହ କଙ୍କାଳର ସମ୍ପର୍କ ନେଇ କିଛି ସ୍ପଷ୍ଟ ହୋଇନାହିଁ  ।ମହିଳାଙ୍କ ପରିଚୟ ଜାଣିବାକୁ କିଛି ଦିନ ତଳେ ପୁଲିସ୍‌ ସ୍କେଚ୍ ଜାରି କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲା  । କାରରୁ ମିଳିଥିବା କଙ୍କାଳ ଜଣେ  ମହିଳାଙ୍କର ଏବଂ ତାଙ୍କ ବୟସ ୪୫ ବର୍ଷ ହେବ ବୋଲି ଏମ୍ସ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା  ।ସୂଚନାଯୋଗ୍ୟ, ୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୁଲିସ୍‌ ମହିନ୍ଦ୍ରା ଗାଡିଟିକୁ ସିଜ୍ କରିଥିଲା । ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା । ପରିତ୍ୟକ୍ତ ଅବସ୍ଥାରେ ଥିବା ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଥିଲା । ପରେ ପୁଲିସର ସାଇଣ୍ଟିଫିକ୍ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ ଶବ ଏବଂ ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ବୋଲି ଜଣାପଡିଥିଲ।

Leave A Reply

Your email address will not be published.