ଭାଇ ମୋତେ ଏଠାରୁ ନେଇ ଯାଅ। ମୋତେ ବଞ୍ଚାଅ

ଭାଇ ମୋତେ ଏଠାରୁ ନେଇ ଯାଅ। ମୋତେ ବଞ୍ଚାଅ । ମୁଁ ଏଠି ରହିପାରିବିନି। ସେମାନେ ମୋତେ ବହୁତ କଷ୍ଟ ଦେଉଛନ୍ତି। ଏହା ହେଉଛି ଜଣେ ନାବାଳିକା ଝିଅର ଆକୁଳ ନିବେଦନ। ଅପହରଣକାରୀମାନେ ସମ୍ପୃକ୍ତ ନାବାଳିକାକୁ ଅପହରଣ କରି ନିର୍ଯାତନା ଦେଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଏମିତି ଏକ ସ୍ପର୍ଷକାତର ଭିଡିଓ। ଉକ୍ତ ଭିଡିଓରେ ନାବାଳିକା ଜଣକ ନିର୍ଯାତନାର କରୁଣ କାହାଣୀ ବଖାଣୁ ଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।ଏମିତି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ଆସିଛି। ତେବେ ନାବାଳିକାକୁ ରଖାଯାଇଥିବା ସ୍ଥାନକୁ ଡିଟେକ୍ଟ କରାଯାଇଥିବା ବେଳେ ଖୁବ୍‌ ଶୀଘ୍ର ତାଙ୍କୁ ଉଦ୍ଧାର କରାଯିବ ବୋଲି ପୁଲିସ କହିଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ସୁକାନ୍ତି ବେହେରାଙ୍କ ଝିଅ ଗତ ଫେବୃଆରୀ ୪ ତାରିଖରେ ଟ୍ୟୁସନ ଯାଇ ଆଉ ଫେରି ନଥିଲେ।

Leave A Reply

Your email address will not be published.