ଉଦ୍ଧାର ହେଲା ୧୨ ଫୁଟ୍‌ ଲମ୍ୱର ଅହିରାଜ

କେନାଲ୍‌ରୁ ଉଦ୍ଧାର ହେଲା ୧୨ ଫୁଟ୍‌ ଲମ୍ୱର ଅହିରାଜ। ସାପଟିକୁ ଉଦ୍ଧାର ପରେ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏପରି ଖବର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MV-78 ଗ୍ରାମରୁ ଆସିଛି। ରବିବାର ଦିନ MV-78 ମୁଖ୍ୟ ରାସ୍ତାର ପାଖରେ ଥିବା କାଡା କେନାଲ ପାଣିରେ ୧୨ ଫୁଟ୍‌ ଲମ୍ୱର ଅହିରାଜ ଫସି ଯାଇଥିଲା। ମାତ୍ର ନାଳରୁ ଉଠି ପାରୁନଥିଲା। ସ୍ଥାନୀୟ ଲୋକେ ଦେଖି କାଲିମେଳା ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଖବର ପାଇ କୌଶଳକ୍ରମେ ସାପକୁ ଉଦ୍ଧାର କରିଥିଲେ। ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ଉଦ୍ଧାର ପରେ ଘଞ୍ଚ ଜଙ୍ଗଲରେ ଅହିରାଜକୁ ଛାଡ଼ି ଦିଆଯାଇଛି।

Leave A Reply

Your email address will not be published.