ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟୀ ଗାଁର ଗୋଟିଏ ଦିନରେ ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ ହୋଇଛି। ସ୍ତ୍ରୀର ପରକିୟା ପ୍ରୀତି ଓ ପ୍ରେମିକ ସହ ଫେରାର ହେବାରୁ ଅଭିଯୁକ୍ତ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଛି। ୨୦୨୦ ଜୁଲାଇରେ ଅପରାଧ ଘଟାଇ ଫେରାର ଥିବା ଅଭିଯୁକ୍ତ ପପୁ ସେନଙ୍କୁ ଗତ ୨ ତାରିଖରେ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ଲଳିତପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୋଟ ୪ ଜଣଙ୍କୁ ହତ୍ୟା କରିଥିବା ପପୁକୁ ଧରାଇବାକୁ ପୁଲିସ ପୁରସ୍କାର ମଧ୍ୟ ଘୋଷଣା କରିଥିଲା।

Leave A Reply

Your email address will not be published.