ରାଜ୍ୟରେ ଟିକା ଅଭାବ କାରଣରୁ ଟିକାକରଣ ପ୍ରଭାବିତ

ଭୁବନେଶ୍ୱର: କେନ୍ଦ୍ର ଦେଉନି ଟିକା, ରାଜ୍ୟରେ ଟିକା ଅଭାବ ଯୋଗୁ ଟିକାକରଣ ପ୍ରଭାବିତ । ରାଜ୍ୟର ୭ଶହ ଟିକାକରଣ କେନ୍ଦ୍ର ବନ୍ଦ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲାରେ ପୂରା ବନ୍ଦ ହୋଇଯାଇଛି ଟିକାକରଣ । ଦୁଇଦିନ ଭିତରେ ଟିକା ନଆସିଲେ ରାଜ୍ୟରେ ଟିକାକରଣ ବନ୍ଦ ହୋଇଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।ଏଯାଏ କେନ୍ଦ୍ର କେବେ ଟିକାଦେବ ତାହା ସ୍ପଷ୍ଟ କରିନାହିଁ  । ରାଜ୍ୟ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ୧୦ଦିନ ପାଇଁ ୨୫ ଲକ୍ଷ ଟିକା କେନ୍ଦ୍ରକୁ ମାଗିଛି ରାଜ୍ୟ । ଗତକାଲି ୪ଶହ ଟିକାକରଣ କେନ୍ଦ୍ର ବନ୍ଦ ହୋଇଥିଲା । ମୋଟ୍ ୧୫ଶହ ଟିକାକରଣ କେନ୍ଦ୍ର ଥିଲା । ଟିକା ଅଭାବରୁ ୭ଶହ ଟିକାକରଣ କେନ୍ଦ୍ର ବନ୍ଦ ହୋଇଛି ।

Leave A Reply

Your email address will not be published.