ପୁରୀ ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ କହିଲେ ରାହୁଲ ଗାନ୍ଧି

ପୁରୀ : ପୁରୀ ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।  ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରି ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।  ଆହତ ମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ରାହୁଲ।

ଏହି ଅଘଟଣକୁ ଗମ୍ଭୀର ଚେତାବନୀ ବୋଲି ଉଦବେବ ପ୍ରକାଶ କରିଛନ୍ତି ରାହୁଲ। ବଡ଼ ବଡ଼ ଆୟୋଜନରେ ସୁରକ୍ଷା ଓ ଭିଡ଼ ପରିଚାଳନାର ବ୍ୟବସ୍ଥା ଗମ୍ଭୀରତାର ସହ ପ୍ରସ୍ତୁତି କରିବା ଜରୁରୀ ।  ଏଭଳି ଆୟୋଜନର ସମୀକ୍ଷା କରାଯିବା ଉଚିତ। ଜୀବନ ରକ୍ଷା ସର୍ବୋପରି ଓ ଦାୟିତ୍ବରେ ତ୍ରୁଟି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ରାହୁଲ ।

Umasankar Adv
Leave A Reply

Your email address will not be published.