କାଳବୈଶାଖୀ, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ରାଜ୍ୟର କିଛି କିଛି ସ୍ଥାନରେ ଏବେ ତାପମାତ୍ରା ବଢ଼ିଥିବା ବେଳେ କେତେକ ସ୍ଥାନରେ ପାରଦ ସ୍ତର ଖସିଛି। ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ବଢ଼ି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଛି। ଆଜି ରାଜ୍ୟର ୯ ସହର ତାପମାତ୍ରା ୪୦ ଅତିକ୍ରମ କରିଥିଲା। ଟିଟିଲାଗଡ଼ରେ ୪୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ଝାରସୁଗୁଡ଼ା, ତାଳଚେର, ଭବାନୀପାଟଣା, ବଲାଙ୍ଗୀର, ମାଲକାନଗିରି, ସୋନପୁର, ବୌଦ୍ଧ ଓ ରାୟଗଡ଼ାର ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଥିଲା। ଆଗକୁ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ ।

Leave A Reply

Your email address will not be published.