୧୬ ଜିଲ୍ଲାରେ ପୁଣି ଖୋଲିବ ଅସ୍ଥାୟୀ ମେଡିକାଲ କେନ୍ଦ୍ର

ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ପୁଣିଥରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟିଏମସି) ଖୋଲିବା ଓ ୭ଦିନିଆ କ୍ୱାରେଣ୍ଟାଇନରେ ରହିବା ନିୟମକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଟିଏମସି ଖୋଲିବା ପାଇଁ ରାଜ୍ୟ ସରକାର ଆଜି ୧୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅନୁମତି ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ ସୁବିଧା ପ୍ରଦାନ ନିମନ୍ତେ ଏହି ଟିଏମସି ଓ କ୍ଲଷ୍ଟର ଟିଏମସି କାର୍ଯ୍ୟ କରିବ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଜାରି କରିଥିବା କ୍ୱାରେଣ୍ଟାଇନ ଗାଇଡ୍‌ଲାଇନ୍ ଅନୁସାରେ ୧୬ଟି ଜିଲ୍ଲା ଯଥା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଆବଶ୍ୟକତା ଅନୁସାରେ ଟିଏମସି ଓ କ୍ଲଷ୍ଟର ଟିଏମସି ଖୋଲିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଟିଏମସି ଖୋଲିବା ଓ ଏହାକୁ କାର୍ଯ୍ୟକ୍ଷମ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପାଇଁ ହେବାକୁ ଥିବା ଖର୍ଚ୍ଚକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରାଯିବାକୁ କହିଛନ୍ତି।

Leave A Reply

Your email address will not be published.