ଏମାର ମଠରୁ ବାହାରିଲା ବ୍ରୋଞ୍ଜ ଗାଈ

ପୂର୍ବରୁ ରୂପା ଇଟା ମିଳିଥିବା ବହୁ ଚର୍ଚ୍ଚିତ ପୁରୀ ଏମାର ମଠରୁ ପୁଣି ମିଳିଛି ବହୁମୂଲ୍ୟ ସାମଗ୍ରୀ। ଏମାର ମଠର ମହନ୍ତଙ୍କ ଠାରୁ ଆଜି ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ପରେ ଏହି ସବୁ ବହୂମୂଲ୍ୟ ସାମଗ୍ରୀ ମିଳିଛି। ଦେବୋତ୍ତର ବିଭାଗର ନିଷ୍ପତ୍ତି ଅନୁଯାୟୀ ବିବାଦୀୟ ମହନ୍ତ ଗୋପାଳ ରାମାନୁଜ ଦାସଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ନୂଆ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ଦାୟିତ୍ୱ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଠର ମହନ୍ତ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାରେ ସହଯୋଗ ନକରିବାରୁ ପୁଲିସ ଓ ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ମଠର ତାଲା ଭଙ୍ଗା ଯାଇ ନୂଆ ଟ୍ରଷ୍ଟ ବୋର୍ଡକୁ ଦାୟିତ୍ୱ ଦିଆଯାଇଛି। ତେବେ ମଠର ସ୍ଥିତାଵସ୍ଥା ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଏଭଳି ଦାୟିତ୍ୱ ହସ୍ତାନ୍ତର ବେଆଇନ ବୋଲି କହିଛନ୍ତି ମଠର ଓକିଲ ଓ ମହନ୍ତ ମହାରାଜ।

Leave A Reply

Your email address will not be published.