୧୫ ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା

ରାଜ୍ୟର ୧୫ ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା । ୩୦ରୁ ୪୦ ଡିଗ୍ରୀ ବେଗରେ ପବନ ବି ବହିପାରେ । ବର୍ଷା ଆଶଙ୍କା ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଢେଙ୍କାନାଳ, କଟକ, ନୟାଗଡ଼, ଗଜପତି, ଗଞ୍ଜାମ ଓ ଦେବଗଡ଼ ଜିଲ୍ଲା । ସମ୍ପୃକ୍ତ ଜିଲ୍ଲାର କିଛି ଅଞ୍ଚଳରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା । ଏଣୁ ପାଣିପାଗ ସ୍ଥିତିକୁ ଆଖି ଆଗରେ ରଖି ଘରୁ ବହାରିବ ସହ ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.