କରୋନା ନିୟମର କଡ଼ା ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

କରୋନା ମୁକାବିଲା ପାଇଁ ଟ୍ୱିଟ୍ କରି ସଚେତନତା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଆମେ ସତର୍କ ଓ ସଚେତନ ହେଲେ ହିଁ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା । ଆମର ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ସାଜିପାରେ । କୋଭିଡ୍ ନିୟମର କଡ଼ା ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ନିୟମିତ ମାସ୍କ ପିନ୍ଧିବା, ନିଜକୁ ତଥା ସମଗ୍ର ସମାଜକୁ ସୁରକ୍ଷିତ ରଖିବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୪ ଦିନିଆ ମାସ୍କ ଅଭିଯାନ ପାଇଁ ଗତ ଶୁଖ୍ରବାର ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଦେଲେ । ଏହି ଅଭିଯାନରେ ମାଆମାନେ ନେତୃତ୍ବ ନେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ମାସ୍କ ପରିଧାନ ହିଁ କରୋନାକୁ ପ୍ରତିହତ କରିବା ପାଇଁ ଅମୋଘ ଅସ୍ତ୍ର । ମାସ୍କ ପରିଧାନ ଦ୍ବାରା କରୋନାକୁ ପ୍ରତିହତ କରିହେବ ଓ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌କୁ ଏଡାଇହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମାସ୍କ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି ।

Leave A Reply

Your email address will not be published.