କଳାହାଣ୍ଡିରେ 25 ଶିକ୍ଷକ ବହିଷ୍କୃତ

ଜାଲ ସାର୍ଟିଫିକେଟ ଦେଇ ବିଭିନ୍ନ ସରକାରୀ ସ୍କୁଲରେ ନିୟୋଜିତ ରହିଥିଲେ ଶିକ୍ଷକ । କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । 25 ପାର୍ଟ ଟାଇମ ଶିକ୍ଷକ ବହିଷ୍କୃତ ।  

gpkandhamal

କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ ଜାଲ ସାର୍ଟିଫିକେଟ ଦେଇ ବିଭିନ୍ନ ସରକାରୀ ସ୍କୁଲରେ ନିୟୋଜିତ ଥିବା 25 ପାର୍ଟ ଟାଇମ ଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି ।  କୌଣସି ସୁତ୍ରରୁ ଜିଲ୍ଲା ଶିକ୍ଷା ବିଭାଗ ଏହାର ସୁରାକ ପାଇ ଶିକ୍ଷକ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ଚଲାଇଥିଲା । ଏହି ସମୟରେ ପ୍ରଥମ ପର୍ଯ୍ୟାୟରେ 25 ଜଣ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କୁ ଠାବ କରିପାରିଛି । ଏହା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ଏହି ଶିକ୍ଷକ ମାନଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Umasankar Adv

 ଜିଲ୍ଲାରେ ଆହୁରି ଅଧିକ ଶିକ୍ଷକ ଜାଲ ସାର୍ଟିଫିକେଟରେ କାର୍ଯ୍ୟ କରୁଥିବା ଆଶଙ୍କା କରି ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାକୁ ଜାରି ରଖିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.