ଏଥର ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା

ଆସନ୍ତାକାଲି ମହାବିଷୁବସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆସନ୍ତାକାଲି ଠାରୁ ଆରମ୍ଭ ହେବ ମୁସଲମାନ ସମ୍ପ୍ରଦାୟର ରମଜାନ ପର୍ବ । ଉଭୟ ପର୍ବ ପାଇଁ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା।

gpkandhamal

ଆସନ୍ତାକାଲି ପଣା ସଂକ୍ରାନ୍ତି । ରାଜଧାନୀରେ କରୋନା ସଂକ୍ରମଣ ବଢିଚାଲିଛି । ଭୁବନେଶ୍ୱରର ସର୍ବସାଧାରଣ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । କେବଳ ଧାର୍ମିକ ଅନୁଷ୍ଠାନରେ ରୀତିନୀତି ପ୍ରକାରେ ସେବାୟତ ବା ପୂଜକ ପଣା ସଂକ୍ରାନ୍ତି କରିପାରିବେ । ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

Umasankar Adv

ସେହିଭଳି ରମଜାନ ପାଇଁ ମୁସଲମାନଙ୍କ ଦୁଇ ଗ୍ରୁପ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଛି । ଖୁବଶୀଘ୍ର ଏସଓପି ଜାରି ହେବ । ଶୁକ୍ରବାର ଦିନ ହେଉଥିବା ନମାଜ ପାଠ ପାଇଁ ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର ଧାରଣ କ୍ଷମତା ଠାରୁ ଶତକଡା 50ଭାଗ ଲୋକଙ୍କ ପାଇଁ ଅନୁମତି ଦିଆଯିବ । ମାସ୍କ, ସାନିଟାଇଜର ଓ 6ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଏନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନ ଜାରି କରିଛନ୍ତି । ଏହାକୁ ବିଏମସି ପକ୍ଷରୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଲେ କମିଶନର ପ୍ରେମ ଚନ୍ଦ୍ର ଚୌଧରି।

Leave A Reply

Your email address will not be published.