କରୋନା ସଂକ୍ରମିତ ହେବା ପରେ କ୍ୱାରେଣ୍ଟାଇନରେ ସୋନୁ ସୁଦ୍

କରୋନା ସଂକଟ ସମୟରେ ଅସହାୟଙ୍କ ନିକଟରେ ଭଗବାନ ହୋଇ ଛିଡ଼ା ହେଉଥିବା ସୋନୁ ସୁଦ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସମସ୍ତ ସତର୍କତା ପଦକ୍ଷେପ ନେବା ସହ ସୋନୁ ସୁଦ୍ କ୍ୱାରେଣ୍ଟାଇନରେ ଥିବା କହିଛନ୍ତି ।ସୋନୁ ସୁଦ୍ କରୋନା ସଂକ୍ରମିତ ହେବା ପରେ ଟ୍ୱିଟ୍ କରି ଲେଖିଛନ୍ତି- ଆଜି ସକାଳେ ମୋର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ସାବଧାନତାର ସହ ନିଜକୁ କ୍ୱାରେଣ୍ଟାଇନ୍ କରିବା ସହ ନିଜର ଧ୍ୟାନ ରଖିଛି । କିନ୍ତୁ ଚିନ୍ତା କରନ୍ତୁ ନାହିଁ ଆପଣମାନଙ୍କୁ ସାହାଯ୍ୟ କରିବା ଲାଗି ମୋତେ ଆଉ ଅଧିକ ସମୟ ମିଳିଛି । ମନେ ରଖନ୍ତୁ ମୁଁ ସବୁବେଳେ ଆପଣମାନଙ୍କ ସହ ଅଛି ।ସୋନୁ ସୁଦ୍ ନିଜ ପୋଷ୍ଟର ପ୍ରଥମରେ ଲେଖିଛନ୍ତି କରୋନା-ପଜିଟିଭ୍, ମନ ଓ ବଳ- ସୁପର ପଜିଟିଭ୍ । ଏର୍ଥାତ୍ ସୋନୁ ସୁଦ୍ ଆଜି ବି ଲୋକଙ୍କୁ ସାହାଯ୍ୟ ଲାଗି ଛିଡ଼ା ଆଗଭର ଓ ହାରିବେ ନାହିଁ । ଏହା ସୋନୁଙ୍କ ପ୍ରଂଶସକ ଓ ଅନ୍ୟ ଦେଶବାସୀଙ୍କ ଲାଗି ପ୍ରେରଣା ଅଟେ । ସୋନୁ ସୁଦ ଏପ୍ରିଲ୍ ୭ରେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେବା ସହ ସମସ୍ତଙ୍କୁ ଭ୍ୟାକ୍ସିନ୍ ନେବାକୁ ଅପିଲ୍ କରିଥିଲେ ।

Leave A Reply

Your email address will not be published.