ବିସାଙ୍ଗାଡୁ ନାଳରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି

କନ୍ଧମାଳକନ୍ଧମାଳ ଜିଲ୍ଲାର ଅନେକ ଦୁର୍ଗମ ଗାଁକୁ ଆଜିବି ରାସ୍ତା ନିର୍ମାଣ ହୋଇପାରି ନାହିଁ। ଆଉ କିଛି ଗାଁକୁ ମାଟିରାସ୍ତା ଥିଲେ ମଧ୍ୟ ନାଳ ଗୁଡ଼ିକରେ ପୋଲ ନିର୍ମାଣ ହୋଇପାରୁନାହିଁ। ଫଳରେ ଲୋକେ ବର୍ଷବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି। ପୋଲ ନିର୍ମାଣ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ଏମିତି ଏକ ଭଙ୍ଗା ପୋଲ ଦୃଶ୍ୟ ଦେଖିବା ମିଳିଛି କନ୍ଧମାଳ କନୂଆଗାଁ ବ୍ଲକ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟାବାଲି ଡଲାବାଲି କପୁଗୁଡ଼ା ସାହିରେ। କନ୍ଧମାଳ କନୂଆଗାଁ ବ୍ଲକ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଟାବାଲି ଡଲାବାଲି କପୁଗୁଡ଼ା ସାହିର ଲୋକେ ଏକ ଭଙ୍ଗାପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି। ଏଥି ପାଇଁ ପ୍ରଶାସନ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି।

ସମସ୍ତ ଗ୍ରାମବାସୀ ଦୈନଦିନ ଜୀବନ ଜୀବିକା ରାସନ ସାମଗ୍ରୀ ଓ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଓ ବିଦ୍ୟାଳୟକୁ ଏହି ବିପଦ ସଙ୍କୁଳ ପୋଲ ଉପରେ ଅତିକ୍ରମ କରିବାକୁ ପଡୁଛି। ଏହି ଭଙ୍ଗାପୋଲ ଦେଇ ବିଦ୍ୟାଳୟ ଓ ବଜାରକୁ ଯିବାକୁ ପଡ଼ୁଥିବାରୁ ଅଞ୍ଚଳବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

Umasankar Adv

ଗାଁକୁ ଭଲ ପୋଲ ଖଣ୍ଡିଏ ନଥିବାରୁ ବର୍ଷା ଦିନ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା କହିଛନ୍ତି। ଏହି ଭଙ୍ଗାପୋଲ ଦେଇ ବିଦ୍ୟାଳୟ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ହେଉଥିବାରୁ ଅଞ୍ଚଳ ବାସୀ ଏହି ଭଙ୍ଗା ଦଦରା  ପୋଲ ହିଁ ଭରଷା। ବିପଦପୂର୍ଣ୍ଣ ଭଙ୍ଗାପୋଲ ଦେଇ ଯାତାୟତ ସମୟରେ କୌଣସି ମୂହୁତରେ କିଛି ବି ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ପୋଲ ନିର୍ମାଣ ନିମନ୍ତେ ବାରମ୍ବାର ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଉଭୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଲୋକେ ଯାତାୟାତ ପାଇଁ ସୁବିଧା ପାଇଁ ତୁରନ୍ତ ଏହି ବିସାଙ୍ଗାଡୁ ନାଳରେ ପୋଲ ନିର୍ମାଣ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.