ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ଆମେରିକାର ବିଶେଷ ନିର୍ଦ୍ଦେଶାବଳୀ । ମହିଳା କର୍ମଚାରୀଙ୍କୁ ଏକାକୀ ନଯିବାକୁ ପରାମର୍ଶ ଦେଇଛି ଆମେରିକା । ଦିନକୁ ଦିନ ବଢୁଥିବା ଅପରାଧ, ଦୁଷ୍କର୍ମ ଓ ଆତଙ୍କବାଦ କାରଣରୁ ଜୁନ୍ ୧୬ତାରିଖରେ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି । ଭାରତରେ ଦୁଷ୍କର୍ମ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅପରାଧ ମଧ୍ୟରୁ ଅନ୍ୟତମ ବୋଲି କହିଛି ଆମେରିକା । ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ମେଘାଳୟର ଅଧିକାଂଶ ଅଂଚଳକୁ ଗସ୍ତ ପୂର୍ବରୁ ଆବଶ୍ୟକୀୟ ଅନୁମତି ନେବାକୁ ଭାରତରେ କାର୍ଯ୍ୟରତ ଆମେରିକୀୟ ମହିଳା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆମେରିକୀୟ କର୍ମଚାରୀ କେବଳ ଏହି ସବୁ ରାଜ୍ୟର ରାଜଧାନୀକୁ ଯାତ୍ରା କରୁଛନ୍ତି ତେବେ ଅନୁମତି ଆବଶ୍ୟକ ନାହିଁ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି । ମହାରାଷ୍ଟ୍ରର ପୂର୍ବାଞ୍ଚଳ ଏବଂ ମଧ୍ୟପ୍ରଦେଶର ପୂର୍ବାଞ୍ଚଳକୁ ଯିବା ପାଇଁ ମଧ୍ୟ ଅନୁମୋଦନ ଆବଶ୍ୟକ ବୋଲି କୁହାଯାଇଛି । ଇମିଗ୍ରେସନ୍ ସମ୍ବନ୍ଧୀୟ ଅଟକ ଏବଂ ଜରିମାନା ଆଶଙ୍କା ଥିବାରୁ ଆମେରିକୀୟ ନାଗରିକମାନଙ୍କୁ ସ୍ଥଳପଥରେ ଭାରତ-ନେପାଳ ସୀମା ଅତିକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଛି । ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଗସ୍ତ ସମୟରେ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଉଲ୍ଲେଖ କରାଯାଇଛି ।