ଦଶମ ପରୀକ୍ଷା ବାତିଲ୍ ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଛାତ୍ର

ଦଶମ ଶ୍ରେଣୀ ପରୀକ୍ଷା କରୋନା ସଂକ୍ରମଣ ପାଇଁ ରାଜ୍ୟସରକାର ବାତିଲ ଘୋଷଣା କରିବା ପରେ କିଛି ଛାତ୍ର ସେଥିଲାଗି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି  ।

ଆଜି ସେଥିଲାଗି କିଛି ଛାତ୍ର ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭେଟି ଧନ୍ୟବାଦ ଜଣାଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ବେଳେ ପରୀକ୍ଷା ବନ୍ଦ ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ।

Umasankar Adv
gpkandhamal

କରୋନା ଯୋଗୁ ପ୍ରଥମେ ସିବିଏସଇ ଓ ପରେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଥିଲା । ଏହାପରେ ରାଜ୍ୟରେ ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ  । ଦାବି କରି ନବୀନ ନିବାସ ଆଗରେ ଧାରଣା ବି ଦେଇଥିଲେ  । ପରେ ସରକାର ପରୀକ୍ଷା ବାତିଲ୍ ଘୋଷଣା କରିଥିଲେ  ।

ଉଲ୍ଲେଖଯୋଗ୍ୟ, ଆଜି ମଧ୍ୟ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ତାଙ୍କ ପରୀକ୍ଷା ବାତିଲ୍ ପାଇଁ ଧାରଣା ଦେଇଥିବା ଖବର ସାମ୍ନାକୁ ଆସିଛି  । ସରକାର ଜୁନ୍ ଯାଏଁ ସମୟ ନେବା ସହ ପାଠପଢାରେ ମନ ଦେବାକୁ ପରାମର୍ଶ ଦେଇଛନ୍ତି  ।

Leave A Reply

Your email address will not be published.