ମେ’ ୧୫ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଛି କଟକଣା । ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଫଳରେ ସାଧାରଣ ଶ୍ରଦ୍ଧାଳୁ ଏବେ କାଳିଆ ଦର୍ଶନରୁ ବଂଚିତ ରହିବେ ।

କଟକଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି । ନିର୍ବିଘ୍ନ ନୀତିକାନ୍ତି ନିମନ୍ତେ ସେବାୟତଙ୍କ ସୁସ୍ଥତା ପାଇଁ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ତେବେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଚାଲୁ ରହିବ ।

Umasankar Adv
gpkandhamal

ତେବେ ଆଜି ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଗାଇଡଲାଇନ କରିବାକୁ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ, ଛତିଶା ନିଯୋଗ ସଦସ୍ୟ ବି ଏହି ବୈଠକରେ ସାମିଲ ହୋଇଥିଲେ ।

ବୈଠକ ପରେ ରାଜ୍ୟରେ ଦୃତ କରୋନା ସଂକ୍ରମଣ ପାଇଁ ଦର୍ଶନ ବନ୍ଦ ନିଷ୍ପତ୍ତି ହୋଇଛି । ଆଗକୁ ମହାପ୍ରଭୁଙ୍କର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ରହିଛି ମେ ୧୫ ତାରିଖରେ । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସେବାୟତମାନେ ସୁସ୍ଥ ରହିଲେ ହିଁ ପ୍ରଭୁଙ୍କର ନୀତିକାନ୍ତି ପାଳନ କରିହେବ ।

ତେବେ ପୂର୍ବରୁ ରାଜଧାନୀ ସମେତ ବିଭିନ୍ନ ସହରରେ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକ ଠାକୁରଙ୍କ ନୀତିକାନ୍ତି ସଂପନ୍ନ କରିବେ । ଶ୍ରଦ୍ଧାଳୁମାନଙ୍କ ପାଇଁ ଏବେ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଛି ।

Leave A Reply

Your email address will not be published.