ବାଲେଶ୍ଵରରେ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ

ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଛି । ଆଜି ବାଲେଶ୍ୱର ଗସ୍ତରେ ଯାଇ ସୀମାନ୍ତ ଅଞ୍ଚଳରେ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସୀମାରେ ବାହାର ରାଜ୍ୟ ଫେରନ୍ତାଙ୍କ ଚେକିଂ ଚାଲିଛି । ଏନଫୋର୍ସମେଣ୍ଟ କଟକଣାକୁ କିଭଳି କଡ଼ାକଡ଼ି କରିଛି ପୋଲିସ, ସେନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅଭୟ ।

gpkandhamal

ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ହୁ ହୁ ହୋଇ ବ୍ୟାପୁଛି କରୋନା ସଂକ୍ରମଣ । ବାଲେଶ୍ଵର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ  ରାତ୍ରିକାଳୀନ କର୍ଫ୍ୟୁ, ସଟଡାଉନ୍ ସହ ସୀମାନ୍ତରେ ଥିବା ଚେକିଂକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ସ୍ୱତନ୍ତ୍ର ନଜର ରହିଛି । ଏଡିଜି ଯଶବନ୍ତ ଜେଠୱା, ଆଇଜି ଦୀପ୍ତେଶ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ଓ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ  ଉପସ୍ଥିତ ଅଛନ୍ତି  । 

Umasankar Adv
Leave A Reply

Your email address will not be published.