ରାଜଧାନୀରେ ଅନଲାଇନ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ

ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଭୁବନେଶ୍ୱରର ଏୟାରପୋର୍ଟ ଥାନା ଅଂଚଳର ଏକ ଓୟୋ ରୁମରେ ବେଟିଂ (ଅନଲାଇନ ଜୁଆ ଅଡ୍ଡା )ଚାଲିଥିବା ବେଳେ ଏହାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ୍ । ଯାହାଫଳରେ ସେଠାରୁ ଗୋଟିଏ କାର ସହ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ୭ଜଣଙ୍କୁ ଗିରଫ କରିଛି ପୋଲିସ୍ । ତେବେ ଯାହା ସୁଚନା ମିଳିଛି ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ଘର ଝାଡ଼ଖଣ୍ଡ ଓ ଭୁବନେଶ୍ୱର । ତେବେ ଘଟଣାସ୍ଥଳରେ ପୋଲିସ୍ ପହଂଚି ଅଧିକ ଛାନବିନ୍ ଚଳାଇଛି ।

Leave A Reply

Your email address will not be published.