ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

କରୋନା ଲକଡାଉନ୍ ଓ ସଟଡାଉନ ସମୟରେ ଆଇନ ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦ୍ବୈତନଗରୀରେ ବରିଷ୍ଠ ନାଗରିକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଟ୍ୱିନ୍ ସିଟି କମିଶନର ପୋଲିସ ଆଜି ଏକ ହେଲ୍ପଲାଇନ ଜାରି କରିଛନ୍ତି । ପୋଲିସ କମିଶନର ସୌମନ୍ଦ୍ର କୁମାର ପ୍ରିୟଦର୍ଶୀ କହିଛନ୍ତି ଯେ ଏହି ହେଲ୍ପଲାଇନ ପୋଲିସକୁ ଦ୍ବୈତନଗରୀର ବରିଷ୍ଠ ନାଗରିକଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିବ । ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ହେଲ୍ପଲାଇନ ନମ୍ବର ହେଉଛି ୮୦୯୩୦୨୮୧୦୦। ପ୍ରିୟଦର୍ଶୀ ଆହୁରି କହିଛନ୍ତି ଯେ ପ୍ରାୟ ୨୫,୦୦୦ ବରିଷ୍ଠ ନାଗରିକ ନିଜକୁ ପୋଲିସ କମିଶନରେଟରେ ପଞ୍ଜୀକୃତ ଅଛନ୍ତି। ହେଲ୍ପଡେସ୍କ ପ୍ରତିଦିନ ସହରର ୭୦-୮୦ ବରିଷ୍ଠ ନାଗରିକଙ୍କ ସହ ସଂଯୋଗ କରିବ ଏବଂ ସେମାନଙ୍କ ସମସ୍ୟା ବାବଦରେ ଅବଗତ ହେବ ।

Leave A Reply

Your email address will not be published.