ଆନନ୍ଦପୁର : ଚର୍ଚ୍ଚାରେ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା । ତାଙ୍କ ପ୍ରେମିକା ଜୀବନ ହାରିବା ପରେ ଲବଙ୍କ ବିବାଦ ବଢି ଯାଇଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ଲବ ହାଁସଦାଙ୍କ ବଡ଼ ଭଉଣୀ ଆଶା ମୁର୍ମୁ । ସେ କହିଛନ୍ତି ସେ ବିଷୟରେ ମୁଁ କିଛି କହି ପାରିବି ନାହିଁ । ମୋ ଭାଇ ଦେଶ ବାହାରେ ଅଛି । ଯିଏ ଜୀବନ ହାରିଲେ ସେ ଦେଶ ଭିତରେ ଥିଲେ. ସେ ହିଁ କହିପାରିବ। ତଦନ୍ତ ରିପୋର୍ଟ ଯାହା ଆସିବ ଆମେ ତାହାକୁ ସତ ମାନିବୁ । ଏଠି ଘରେ ଭାଇ ୩ ଜଣ ଓ ଭାଉଜ ରହୁଛନ୍ତି। ବାପା ଗାଁରେ ରହୁଛନ୍ତି। ଲବ ହାଁସଦା ବିବାହ କରିଛନ୍ତି କି ନାହିଁ ସିଏ ହିଁ କହିପାରିବ । ଏହି ଘଟଣା ଆମେ ନ୍ୟୁଜ ମାଧ୍ୟମରେ ଜାଣିଛୁ, ଆମେ ଚାଁହୁଛୁ ନ୍ୟାୟ । ମୋ ଭାଇ ଯଦି ଠିକ କରିଥିବା ଠିକ ଯଦି ଭୁଲ କରିଥିବ ତାହା ହେଲେ ଭୁଲ। ଭାଇଙ୍କ ସହିତ ମୁଁ କଥା ହୋଇନାହିଁ। ମୋ ଭାଇ ଏଠାକୁ ତିନି ମାସ ପୂର୍ବରୂ ଆସିଥିଲେ । ତେବେ ମୋ ଭାଇ ଉପରେ ମୋର ବିଶ୍ୱାସ ସେ ଏପରି କାମ କରି ନ ଥିବ ବୋଲି କହିଛନ୍ତି ଲବ ହାଁସଦାଙ୍କ ଭଉଣୀ ।ଅନ୍ୟପଟେ ଲବ ହାଁସଦାଙ୍କର 2014 ମସିହାରେ ଆରମ୍ଭ ହୋଇଥିଲା ବୈବାହିକ ଜୀବନ । ଲବର ବାହାଘର ଆନନ୍ଦପୁର ବ୍ଲକ ମନୋହରପୁର ପଞ୍ଚାୟତ ସାନକୁସପଦା ଗାଁରେ ଭାଦାଉ ଟୁଡୁଙ୍କ ଝିଅ ମାନ୍ଦ ହାସଦା ସହିତ ରୀତିନୀତି ଅନୁସାରେ ହୋଇଥିଲା । ବାହାଘର ପରେ ତିନି ବର୍ଷ ଉଭୟଙ୍କ ବୈବାହିକ ଜିବନ ଠିକ୍ ଠାକ୍ ଚାଲିବା ପରେ ଲବ ଏକ ଟାୟାର କମ୍ପାନୀ ରେ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲା । ସେତେବେଳେ ତାଙ୍କର ଗୋଟିଏ ଝିଅ ହୋଇ ସାରିଥିଲା । ତେବେ ଲବ ବାହାର ରାଜ୍ୟକୁ ଗଲା ପରେ ମାନ୍ଦକୁ ଶଶୁର ଘର ହଇରାଣ କରିବା ଆରମ୍ଭ କରିଥଲେ । ବାଧ୍ୟ ହୋଇ ମାନ୍ଦର ମା ତାକୁ ଘରକୁ ନେଇ ଆସିଥିଲା । ଲବର ସ୍ତ୍ରୀ ସହିତ ଏଯାବତ୍ ଵିଵାହ ବିଚ୍ଛେଦ ହୋଈ ନଥିବା ବେଳେ ସେ କିଭଳି ଅନ୍ୟ ଝିଅଙ୍କ ସହିତ ସମ୍ପର୍କ ରଖୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଆଗକୁ ତାଙ୍କ ସ୍ତ୍ରୀ ଭରଣପୋଷଣ ନିମନ୍ତେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।