ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନନ୍ଦନକାନନ

ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହୋଇଥିବା ବେଳେ ପ୍ରାଣୀ ଉଦ୍ୟାନ ଗୁଡିକରେ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବଢିଛି ସଂକ୍ରମଣ ଭୟ । ଏହା କୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଥିବା ବେଳେ ଆଜି ପୁଣି ଏହି ବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି । ନନ୍ଦନକାନନ ପ୍ରାଶୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ କୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ କରାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରଶରୀ ଉଦ୍ୟାନ କର୍ତ୍ତୃପକ୍ଷ । ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ଯାଏଁ ନନ୍ଦନକାନନ ବନ୍ଦ ରହିବ । କରୋନା ସଂକ୍ରମଣକୁ ନେଇ ଉଦ୍ୟାନ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ।

Leave A Reply

Your email address will not be published.