୨୪ ବର୍ଷ ବୟସରେ ପାଦ ଦେଲେ ବିଶ୍ୱ ସୁନ୍ଦରୀ ‘ମାନୁଷି’

ଦୀର୍ଘ ୧୭ ବର୍ଷର ଅପେକ୍ଷା ପରେ ଭାରତକୁ ପାଇଁ ଗର୍ବ ଆଣିଥିବା ତଥା ମିସ୍ ୱାଲର୍ଡ ୨୦୧୭ ର ବିଜୟିନୀ ମାନୁଷି ଚିଲାର ଆଜି ତାଙ୍କର ୨୪ ତ୍ତମ ଜନ୍ମଦିନ ପାଳୁଛନ୍ତି । ୨୦୦୦ ମସିହାରେ ପ୍ରିୟଙ୍କା ଚୋପ୍ରା ମିସ୍ ୱାର୍ଲ୍ଡ ହୋଇଥିଲେ ଏବଂ ସେ ଦେଶର ନାମକୁ ଉଜ୍ଜ୍ୱଳ କରିଥିଲେ । ତା’ପରେ ୧୭ ବର୍ଷର ଦୀର୍ଘ ଅପେକ୍ଷା ପରେ ହରିୟାଣାର ମାନୁଷି ଚିଲାର ଏକ ଚମତ୍କାର ଉତ୍ତର ଦେଇ ମିସ୍ ୱାଲର୍ଡ ୨୦୧୭ ର ମୁକୁଟ ପିନ୍ଧିଥିଲେ ।

gpkandhamal

୨୦୧୭ ରେ, ମାନୁଷି ଚିଲାର କେବଳ ମିସ୍ ୱାର୍ଲ୍ଡର ମୁକୁଟ ନୁହେଁ ବରଂ ତାଙ୍କ ଉତ୍ତର ସହିତ ଲୋକଙ୍କ ହୃଦୟ ମଧ୍ୟ ଜିତିଥିଲେ । ୧୪ ମଇ ୧୯୯୭ ରେ ହରିୟାଣାର ରୋହତକରେ ଜନ୍ମଗ୍ରହଣ କରିଥିବା ମାନୁଷି ଚିଲାର ଆଜି ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଚୀନ୍‌ର ସାନିଆ ସହର ଏରେନାମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ମାନୁଷି ୧୦୭ ଦେଶର ସୁନ୍ଦରୀ ମାନଙ୍କୁ ପରାସ୍ତ କରି ବିସ୍ ୱାଲର୍ଡ ୨୦୧୭ ର ମୁକୁଟ ପିନ୍ଧିଥିଲେ 

Umasankar Adv
Leave A Reply

Your email address will not be published.