ଗୋଟିଏ ଦିନରେ ୪୬ ଜଣ କଏଦୀଙ୍କ ରିପୋର୍ଟ ପଜିଟିଭ୍‌

ଏବେ ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗୁନଥିବା ବେଳେ ଜେଲ୍ ଭିତରେ କରୋନା ବ୍ୟାପିବା ଆହୁରି ଚିନ୍ତା ବଢାଇଛି । ବର୍ତମାନ ରାଜ୍ୟର ଜେଲ ଗୁଡିକରେ ଅଣାୟତ ହୋବରେ ଲାଗିଛି କରୋନା, ଗୋଟିଏ ପରେ ଗୋଟିଏ କଏଦୀ ଚିହ୍ନଟ ହେଉଛନ୍ତି କରୋନା ପଜିଟିଭ୍ । ଆଜି ବ୍ରହ୍ମପୁର ମଣ୍ଡଳ କାରଗାରେ ଗୋଟିଏ ଦିନରେ ୪୬ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହେବା ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି । ସୂଚନା ଅନୁସାରେ ଲକ୍ଷଣ ଥିବା ୮୪ କଏଦୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୪୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏତେ ମାତ୍ରରେ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହେବା ଦ୍ୱାରା ଜେଲ ଭିତରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାର ଭୟ ରହିଛି । କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା କଏଦୀ ମାନଙ୍କୁ ଜେଲ ଭିତରେ ନୂତନ ଭାବେ ଖୋଲାଯାଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା କରାଯାଉଥିବା ଜଣାପଡିଛି । ଚିକିତ୍ସା ସମୟରେ ଯଦି କେହି ଗୁରୁତର ହୁଅନ୍ତି ତେବେ ସେମାନଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯିବାର ବ୍ୟବସ୍ଥା ମଧ୍ୟ ହୋଇଥିବା ଜେଲ୍ ସୁପରିଟେଣ୍ଡ କହିଛନ୍ତି ।

Leave A Reply

Your email address will not be published.