ପୁଣି ଫେରିଲା କଣ୍ଟନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ଥିବା ବେଳେ ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି କରୋନା । ଏଭଳି ସ୍ଥିତିରେ ରାଜ୍ୟରେ ପୁଣି ଫେରିଛି କଣ୍ଟନମେଣ୍ଟ ଜୋନ୍ । ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉଛି କଣ୍ଟନମେଣ୍ଟ ଜୋନ୍ ଘୋଷଣା । ଜଗତସିଂହପୁର ଜିଲ୍ଲାର ସଦର ବ୍ଳକ୍ ଅନ୍ତର୍ଗତ ତରତଙ୍ଗ ଗ୍ରାମପଞ୍ଚାୟତର ଗୋଟିଏ ଗାଁର ୩ ଟି ୱାର୍ଡକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ କିଛି ଦିନ ମଧ୍‌ୟରେ ୪୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି । ତରତଙ୍ଗ ଗ୍ରାମ ପଞ୍ଚାୟତର ୱାର୍ଡ ନଂ ୩, ୪,ଏବଂ ୫ କୁ କଣ୍ଟନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଏହି ଅଞ୍ଚଳରେ ଅତ୍ୟାବଶକ ସେବା ଓ ଜରୁରୀ ଜିନିଷ ପହଞ୍ଚାଇବା ପାଇଁ ୪ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କଣ୍ଟନମେଣ୍ଟ ଜୋନ୍ ର କଟକଣା ବଳବତ୍ତର ରହିବ ।

Leave A Reply

Your email address will not be published.