ଅନଲାଇନ ଶିକ୍ଷା ବ୍ୟବସ୍ଥାର ତର୍ଜମା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଆଜି ଭର୍ଚୁଆଲ୍ ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୂତନ ଶିକ୍ଷା ନୀତିର ଯୋଜନା ଏବଂ କାର୍ଯ୍ୟକାରିତା ବିଷୟରେ ମଧ୍ୟ ଆଲୋଚନା କରିବେ। ମଙ୍ଗଳବାର ଦିନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି । କରୋନାର ଦ୍ୱିତୀୟ ଲହର ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବାତିଲ କରିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ୍ ମେ ୧୮ ଅର୍ଥାତ ଆଜି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମସ୍ତ କୁଳପତିଙ୍କୁ ଭର୍ଚୁଆଲ ମାଧ୍ୟମରେ ଭେଟି କୋଭିଡ୍ -୧୯ ମଧ୍ୟରେ ଅନଲାଇନ୍ ଶିକ୍ଷା ସମୀକ୍ଷା କରିବେ। ଏହି ଭର୍ଚୁଆଲ୍ ବୈଠକରେ ମନ୍ତ୍ରୀ ନୂତନ ଶିକ୍ଷା ନୀତି -୨୦୨୦ ର ଯୋଜନା ଏବଂ କାର୍ଯ୍ୟକାରିତା ବିଷୟରେ ମଧ୍ୟ ଆଲୋଚନା କରିବେ। କୋଭିଡର ଦ୍ୱିତୀୟ ତରଙ୍ଗ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷାକୁ ବାତିଲ କରି ଦ୍ୱାଦଶ ଶ୍ରେଣୀର ସିବିଏସଇ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି।

Leave A Reply

Your email address will not be published.