ହନିମୁନ୍ ସାରି ଆସିଲେ ମୋ ସହ ଝଗଡ଼ା କଲେ : ମୋହୁଆ ମୈତ୍ରଙ୍କୁ ତୃଣମୂଳ କଂଗ୍ରେସ ନେତା କଲ୍ୟାଣ ବାନାର୍ଜୀଙ୍କ ଟାର୍ଗେଟ୍
ତୃଣମୂଳ କଂଗ୍ରେସ ଦଳରୁ ଦୂରେଇ ଦିଆ ଯାଇଥିବା ସାଂସଦ କଲ୍ୟାଣ ବାନାର୍ଜୀ ଟାର୍ଗେଟ୍ କରି ଅତି ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି ମୋହୁଆ ମୈତ୍ରଙ୍କୁ । ନିଜ ଦଳର ସାଂସଦ ମୋହୁଙ୍କୁଆ ସେ କହିଛନ୍ତି ଯେ ହନିମୁନ୍ ସାରି ଫେରିବା ପରେ ମୋ ସହ ଝଗଡ଼ା କରୁଛନ୍ତି । କୋଲକାତାରେ ଆଇନ୍ କଲେଜ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାରେ ମୋହୁଆ କଲ୍ୟାଣଙ୍କୁ ସମାଲୋଚନା କରିଥିଲେ । ସେ ତାଙ୍କ ନାଁ ନନେଇ ଏଭଳି ନେତାମାନେ ମହିଳା ବିରୋଧୀ ବୋଲି ‘ଏକ୍ସ’ରେ ପୋଷ୍ଟ କରିଥିଲେ ।
ତାରି ଜବାବରେ କଲ୍ୟାଣ କହିଛନ୍ତି ଯେ ଜଣେ ୪୦ ବର୍ଷର ମହିଳା ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବାହା ହୋଇଛନ୍ତି । ଏହା କଣ ମହିଳାମାନଙ୍କ ମନ ଭାଙ୍ଗି ଦେଇନି କି ? ଗତ ମାସ ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ମୋହୁଆ ବିବାହ କରିଥିଲେ । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଛି । ଦୁହେଁ ବର୍ଲିନରେ ବିବାହ କରିବା ପରେ ଏକ ପୁରୁଣା ହିନ୍ଦୀ ଗୀତରେ ନାଚୁଥିବା ଭିଡିଓ ଭାଇରାଲ ହୋଇଥିଲା । ତେବେ କଲ୍ୟାଣ ବାନାର୍ଜୀଙ୍କ ଏହି ବ୍ୟକ୍ତିଗତ ଆକ୍ଷେପକୁ ନାପସନ୍ଦ କରାଯାଇଛି ।
