ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ! ଆସନ୍ତା ୨୩ରେ ନେଇପାରେ ବାତ୍ୟାର ରୂପ

କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି । ୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଂଟରର ମୁଖ୍ୟ ରାଜେନ୍ଦ୍ର ଜେନା ପ୍ରକାଶ କରିଛନ୍ତି । ଟ୍ୱିଟ ଯୋଗେ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ସୂଚନା ଦେଇଛନ୍ତି । ସେହିପରି ଆରବସାଗରରେ ସୃଷ୍ଟ ବାତ୍ୟା ‘ତାଉତେ’ର ସଠିକ ଆକଳନ ନେଇ ସେ ପାଣିପାଗ ବିଭାଗକୁ ପ୍ରଶଂସା କରିଛନ୍ତି । କିନ୍ତୁ ଏନେଇ ସଠିକ ଭାବେ କିଛି ଆକଳନ କରାଯାଇନାହିଁ । ଏବେ \’ତାଉତେ\’କୁ ନେଇ ଅନୁଶୀଳନ କରାଯାଉଛି । ଆସନ୍ତାକାଲି ବେଳକୁ ଏନେଇ ସୂଚନା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, ବାତ୍ୟା ତାଉତେ ପାଇଁ ଅନେକ କ୍ଷୟକ୍ଷତି ହୋଇଛି । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ସହ ଗୁଜୁରାଟ ବି କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନିଶ୍ଚିତ ହୋଇଯାଇଛି । ତେବେ ଏହା ବାତ୍ୟାର ରୂପ ନେବକି ନାହିଁ, ଏହା କେଉଁ ଦିଗରେ ଗତିକରିବ ସେନେଇ ପାଣିପାଗ ବିଭାଗ ଅନୁଶୀଳନ କରୁଛି ।

Leave A Reply

Your email address will not be published.