ବିଏମ୍‌ସି ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ବ୍ୟବସ୍ଥା ,ଗୋଟିଏ କଲ୍‌ରେ ଘରେ ପହଞ୍ଚିବ ଟିକା ଗାଡ଼ି

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରୋନା ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ୭୩୨୭୦୯୯୩୨୪ ନମ୍ୱରରେ ଭିନ୍ନକ୍ଷମ ବ୍ୟକ୍ତି ଓ ୭୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ ନାଗରିକ ଫୋନ କରି ଟିକା ନେବା ନିମନ୍ତେ ସ୍ଲଟ୍ ନିଶ୍ଚିତ କରିପାରିବେ । ଏହା ପରେ ଦେଇଥିବା ଠିକଣାରେ ଟିକା କାରଣ ଗାଡ଼ି ପହଞ୍ଚିବାର ସୁବିଧା କରାଯାଇଛି । ଏହି ସେବା ସକାଳ ୮ଟାରୁ ରାତ୍ର ୧୦ଟା ପର‌୍ୟ୍ୟନ୍ତ ଦିଆଯିବ ବୋଲି ବ୍ରହ୍ମପୁର ମହାନଗର କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇଛନ୍ତି । ପ୍ରଥମ ପର‌୍ୟ୍ୟାୟରେ ଗୋଟିଏ ଗାଡ଼ିକୁ ନେଇ ଏହା ପରୀକ୍ଷା ମୂଳକ ଭାବେ ବ୍ୟବହାର କରାଯାଉଛି । ପ୍ରତ୍ୟେକ ଦିନ ଏହି ଗାଡ଼ି ୧୦୦ ଜଣଙ୍କୁ ଟିକା ଦେବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହା ସହ ଉକ୍ତ ଗାଡ଼ି ଦିନକୁ କେତେ କିଲୋମିଟର ଅତିକ୍ରମ କରି କେତେ ଜଣଙ୍କୁ ଟିକା ଦେଇପାରୁଛି ତାହା ଅନୁଧ୍ୟାନ କରାଯାଉଛି । ପରେ ଟିକାକରଣ ନିମନ୍ତେ ଆଉ ଅଧିକ ଗାଡିର ବ୍ୟବସ୍ଥା କରାଯିବ କି ନାହିଁ ନିଷ୍ପତ୍ତି ହେବ ବୋଲି ଜିଲ୍ଲାପାଳ ବିଜୟ ଆମୃତ କୁଲାଙ୍ଗେ କହିଛନ୍ତି । ଏହା ସହ ବିଏମ୍‌ସି ପକ୍ଷରୁ କରୋନା ସଚେତନ ନିମନ୍ତେ ଏକ କରୋନା ଭୂତାଣୁ ଭଳି ଦେଖାଯାଉଥିବା ଗାଡ଼ି ନିର୍ମାଣ କରାଯାଉଛି । ଏହି ଗାଡ଼ି ସହର ସାରା ବୁଲି ଲୋକଙ୍କୁ କରୋନା ସମ୍ପର୍କିତ ସଚେତନ କରିବ । 

Leave A Reply

Your email address will not be published.