ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟିନ ସେଣ୍ଟରରୁ ୬୪୩୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ଆଜି ଅନୁଗୁଳରୁ ୮୬୭, ବାଲେଶ୍ବରରୁ ୫୨୪, ବରଗଡରୁ ୩୯୫, ଭଦ୍ରକରୁ ୧୩୪, ବଲାଙ୍ଗୀରରୁ ୨୯୪, ବୌଦ୍ଧରୁ ୩୧୩, କଟକରୁ ୧୧୦୭, ଦେବଗଡରୁ ୧୧୪, ଢେଙ୍କାନାଳରୁ ୨୫୧, ଗଜପତିରୁ ୮୬, ଗଞ୍ଜାମରୁ ୨୨୮, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୩୭୮, ଝାରସୁଗୁଡାରୁ ୨୪୭,କଳାହାଣ୍ଡିରୁ ୨୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରୁ ୧୦୧, କେନ୍ଦ୍ରାପଡାରୁ ୨୦୪, କେଉଁଝରରୁ ୧୯୩, ଖୋର୍ଦ୍ଧାରୁ ୧୪୯୭, କୋରାପୁଟରୁ ୨୬୬, ମାଲକାନଗିରିରୁ ୧୧୦, ମୟୂରଭଞ୍ଜରୁ ୫୩୮, ନବରଙ୍ଗପୁରରୁ ୩୪୬, ନୟାଗଡ଼ରୁ ୩୮୨, ନୂଆପଡାରୁ ୧୫୨, ପୁରୀରୁ ୪୨୪, ରାୟଗଡାରୁ ୨୩୩, ସମ୍ବଲପୁରରୁ ୩୯୩, ସୋନପୁରରୁ ୨୨୭, ସୁନ୍ଦରଗଡରୁ ୭୦୩, ଷ୍ଟେଟ ପୁଲରୁ ୨୬୧ ଜଣ ପଜିଟିଭ ରହିଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୬୫୫୮୯୯କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୫୪୬୬୩୧ଜଣ ଗତକାଲି ସୁଦ୍ଧା ରୋଗୀ ସୁସ୍ଥ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୬୮୧୨ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଏଯାବତ ୧,୧୧,୧୮,୯୮୪ଟି ନମୂନା ଟେଷ୍ଟ ହୋଇଛି ।

Leave A Reply

Your email address will not be published.