ପୁଣି ରେକର୍ଡମୁହାଁ ହେଲା କରୋନା ସଂକ୍ରମଣ

କରୋନା ସଂକ୍ରମଣରେ କୌଣସି ବ୍ରେକ ଲାଗୁନି । ମହାମାରୀ ଉପରେ ମହାମାରୀ ସ୍ବାସ୍ଥ୍ୟ ବିପର୍ଯ୍ୟୟ ସଙ୍କଟକୁ ବଢାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ ୧୨,୫୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୦୧୨ ଜଣ ରହିଥିବାବେଳେ ୫୫୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୯୩୦, ବାଲେଶ୍ବରରୁ ୫୧୦,ବରଗଡରୁ ୩୧୫, ଭଦ୍ରକରୁ ୧୭୭, ବଲାଙ୍ଗୀରରୁ ୨୯୬, ବୌଦ୍ଧରୁ ୩୬୫, କଟକରୁ ୧୦୮୪, ଦେବଗଡରୁ ୧୦୬, ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡାରୁ ୩୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କଳାହାଣ୍ଡିରୁ ୪୯୧, କନ୍ଧମାଳରୁ ୧୦୦, କେନ୍ଦ୍ରାପଡାରୁ ୧୯୫, କେଉଁଝରରୁ  ୨୩୨, ଖୋର୍ଦ୍ଧାରୁ ୧୮୪୨, କୋରାପୁଟରୁ ୨୩୩, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୫୪୬, ନବରଙ୍ଗପୁରରୁ ୩୮୩, ନୟାଗଡ଼ରୁ ୩୧୫, ନୂଆପଡାରୁ ୧୨୯, ପୁରୀରୁ ୫୬୮, ରାୟଗଡାରୁ ୩୨୧, ସମ୍ବଲପୁରରୁ ୪୦୦, ସୋନପୁରରୁ ୨୦୨, ସୁନ୍ଦରଗଡରୁ ୭୧୫, ଷ୍ଟେଟ ପୁଲରୁ ୩୨୪ ଜଣଙ୍କର ପଜିଟିଭ ମାମଲା ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୬୮,୪୨୨କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୫,୫୬,୫୦୧ ଜଣ ଏଯାବତ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏବେ ସୁଦ୍ଧା ସକ୍ରିୟ ମାମଲା ୧,୦୯,୪୩୮ ରହିଛି । ବର୍ତ୍ତମାନ ଯାଏଁ ମୋଟ ୧,୧୧,୮୦,୬୪୯ ଜଣଙ୍କର ନମୁନା ଯାଞ୍ଚ ହୋଇଛି ।

Leave A Reply

Your email address will not be published.