ପଦ୍ମପୁର ଜେଲ ପରିସରରେ ଚିହ୍ନଟ ହେଲେ ୮୩ କରୋନା

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଊଥିବା ବେଳେ ଜେଲ୍‌ରେ ଏହାର କାୟା ଅଧିକ ରହିଛି । ଯାହାଫଳରେ ଏହା ଜେଲ୍ କତ୍ତୁପକ୍ଷଙ୍କ ପାଇଁ ଅଧିକ ଚିନ୍ତାର ବିଷୟ ପାଲଟିଛି । ଏହାରି ଭିତରେ ପଦ୍ମପୁର ସବଜେଲରୁ ୮୩ ଜଣ କଏଦୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ୧୨୫ ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିବାବେଳେ ୮ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କୁ ଆଇସୋଲେସନରେ ରଖାଯାଇଥିବା ଏସଡିଏମଓ ସୂଚନା ଦେଇଛନ୍ତି । ସୁଚନା ଅନୁସାରେ ଦିନକରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୧୧ ହଜାର ୧୦୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୨୧୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୮୯ଟି।

Leave A Reply

Your email address will not be published.