ଟାବୁଲେସନ ରେଜିଷ୍ଟାର ଯାଞ୍ଚ ପ୍ରକ୍ରିୟା ଶେଷ

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାତିଲ ହୋଇଥିବା ମାଟ୍ରିକ ପରୀକ୍ଷା ମୂଲ୍ୟାୟନର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଟାବୁଲେସନ ରେଜିଷ୍ଟର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ୨୯ରୁ ଜୁନ ୭ ତାରିଖ ମଧ୍ୟରେ ସମସ୍ତ ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକ ବୋର୍ଡ ୱେବସାଇଟରେ ଛାତ୍ରଛାତ୍ରୀଙ୍କ ମାର୍କକୁ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅପଲୋଡ ପ୍ରକ୍ରିୟା ଶେଷ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଯାଞ୍ଚ କରିବେ ବୋଲି ସୂଚନା ମିଳିଛି । ପୂର୍ବରୁ ବାତ୍ୟା ୟାସ ଲାଗି ଗତ ୨୧ତାରିଖ ପରିବର୍ତ୍ତେ ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଏବଂ ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକମାନେ ଟାବୁଲେସନର ରେଜିଷ୍ଟରକୁ ଯାଞ୍ଚ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା । ବର୍ତ୍ତମାନ ଉକ୍ତ ଟାବୁଲେସନର ରେଜିଷ୍ଟରଗୁଡିକ ୨୭୬୬ଟି ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକଙ୍କ ନିକଟରେ ମହଜୁଦ ରହିଛି । ଆଜିଠାରୁ ବୋର୍ଡ ୱେବସାଇଟରେ ଏହି ଟାବୁଲେସନ ରେଜିଷ୍ଟର(ଟିଆର ) ଏବଂ ସ୍କୁଲଗୁଡିକ ପକ୍ଷରୁ ଦିଆଯାଇଥିବା ମାର୍କ ଅପଲୋଡ କରାଯିବ । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ମାଟ୍ରିକ ପରୀକ୍ଷା ବାତିଲ୍ କରାଯାଇଛି । ପ୍ରାୟ ୬ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।

Leave A Reply

Your email address will not be published.