ସକାଳୁ ସକାଳୁ ଗଡ଼ିଲା ମୁଣ୍ଡ, ବାରଙ୍ଗରେ ଯୁବକଙ୍କୁ ହତ୍ୟା ପରେ ରାସ୍ତା କଡରେ ଫୋପାଡ଼ି ଦେଲେ ଦୁର୍ବୃତ୍ତ

କଟକ : ସକାଳୁ ସକାଳୁ ଗଡ଼ିଲା ମୁଣ୍ଡ । ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅଞ୍ଚଳରେ ହତ୍ୟାକାଣ୍ଡ ହୋଇଛି । ଯୁବକଙ୍କ ଗାଡ଼ି ଜାଳିଦେବା ସହ ହତ୍ୟା ପରେ ରାସ୍ତା କଡରେ ଥିବା ବୁଦା ମୂଳରେ ଫୋପାଡ଼ି ଦେଲେ ଦୁର୍ବୃତ୍ତ । ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ ଆଜି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ତ ପୁରୀ କେନାଲ ରାସ୍ତାରେ ଏକ ଗାଡ଼ି ଜଳୁଥିବା ସହ ରାସ୍ତା କଡ଼ରେ ଯୁବକଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।  ତେବେ ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଯୁବକଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଛି ।  ମୃତଦେହ ନିକଟରେ ପଡ଼ିରହିଛି ଏକ ଠେଙ୍ଗା ଓ କାଠ ଫାଳିଆ । ଖବର ପାଇ ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ପହଞ୍ଚି କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ।

Umasankar Adv
Leave A Reply

Your email address will not be published.