ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଟେଷ୍ଟିଂ କମିଥିବାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । କରୋନାଜନିତ ମୃତ୍ୟୁ ସଂଖ୍ୟାରେ କୌଣସି ବ୍ରେକ ଲାଗିନଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫ ପଜିଟିଭ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରର ରହିଥିବାବେଳେ ୩୬୫୮ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ ଜଣ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅନୁଗୁଳରୁ ୫୦୫, ବାଲେଶ୍ବରରୁ ୪୫୨, ବରଗଡରୁ ୨୭୯, ଭଦ୍ରକରୁ ୧୧୭, ବଲାଙ୍ଗୀରରୁ ୧୧, ବୌଦ୍ଧରୁ ୨୦୯, କଟକରୁ ୫୯୩, ଦେବଗଡରୁ ୫୫, ଢେଙ୍କାନାଳରୁ ୪୦୭, ଗଜପତିରୁ ୮୫, ଗଞ୍ଜାମରୁ ୧୨୯, ଜଗତସିଂହପୁରରୁ ୨୮୦, ଯାଜପୁରରୁ ୩୫୪, ଝାରସୁଗୁଡାରୁ ୧୧୧, କଳାହାଣ୍ଡିରୁ ୧୬୨, କନ୍ଧମାଳରୁ ୯୦ ଜଣ ସଂକ୍ରମିତ ଚିବ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡାରୁ ୩୩୧, କେଉଁଝରରୁ ୧୮୦, ଖୋର୍ଦ୍ଧାରୁ ୯୭୪, କୋରାପୁଟରୁ ୧୯୮, ମାଲକାନଗିରିରୁ ୧୦୩, ମୟୂରଭଞ୍ଜରୁ ୫୩୨, ନବରଙ୍ଗପୁରରୁ ୨୦୫, ନୟାଗଡ଼ରୁ ୨୮୩, ନୂଆପଡାରୁ ୫୩, ପୁରୀରୁ ୪୦୫, ରାୟଗଡାରୁ ୧୪୮, ସମ୍ବଲପୁରରୁ ୨୦୪, ସୋନପୁରରୁ ୧୨୩, ସୁନ୍ଦରଗଡରୁ ୪୬୫ ଓ ରାଜ୍ୟ ପୁଲରୁ ୧୬୨ ଜଣ ପଜିଟିଭ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୬୪୯୯୭କୁ ବୃଦ୍ଧି ପାଇଥିବାବେଳେ ୬୭୦୫୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯୧୬୬୩ ଜଣ ବିଭିନ୍ନ ଚିକିତ୍ସାଳୟ ଚିକିତ୍ସିତ ହେଉଛନ୍ତି । ସେହିପରି ଏଯାବତ ୧୧୭୭୩୦୭୨ଟି କରୋନା ନମୁନା ଟେଷ୍ଟ ହୋଇଛି ।

Leave A Reply

Your email address will not be published.