ରାଜ୍ୟରେ ଆଗାମୀ ୩ ରୁ ୪ ଦିନ ଯାଏଁ ଲାଗି ରହିବ ଗୁଳୁଗୁଳି

ସାମୁଦ୍ରିକ ଝଡ “ୟସ” ଯିବା ପରେ ସମଗ୍ର ରାଜ୍ୟରେ ବୁଦ୍ଧି ପାଇଛି ଦିନର ତାପମାତ୍ରା, ତେବେ ଏହା ସାଙ୍ଗକୁ ଗୁଳୁଗୁଳି ଲୋକମାନଙ୍କୁ ଅସହ୍ୟ କରପକାଉଛି। ଆଜି ପାଣିପାଗ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ କୁହାଯାଇଛି ଯେ ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହୁଥିବା ବେଳେ ପ୍ରଚୁର ଜଳୀୟବାଷ୍ପ ର ଉପସ୍ତିତି (ଉଚ୍ଚ ଆଦ୍ରତା) ଯୋଗୁ, ଉଭୟ ଉପକୂଳର ସମସ୍ତ ତଥା କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ, ଗତ ୨ରୁ୩ ଦିନ ଯାଏଁ ଗୁଳୁଗୁଳି ଅନୁଭୂତ ହେଉଛି  ଏବଂ ଏହା ଆଗାମୀ ୩ ରୁ ୪ ଦିନ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି। ତେବେ ଏହା ସହିତ କିଛି ଉପକୂଳ ଏବଂ ଦକ୍ଷିଣ ଓଡିଶାରେ କାଳ ବୈଶାଖୀ ବର୍ଷା କିଛି ଜିଲ୍ଲାକୁ ଅସ୍ବସ୍ତି ମିଳିପାରେ। ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡା,କଳାହାଣ୍ଡି,କୋରାପୁଟ,ମାଲକାନଗିରି,ନବର,କନ୍ଧମାଳ,ନୂଆପଡାଏବଂ ବଲାଙ୍ଗୀରରେ କାଳ ବୈଶାଖୀ ବର୍ଷା ପ୍ରଭାବରେ ବଜ୍ରପାତ ସହିତ ବର୍ଷାହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.