ଭାରତ ଭୂତାଣୁ ନାଁ ‘ଡେଲଟା’

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରତରେ ପ୍ରଥମେ ମିଳିଥିବା କରୋନା ଭୂତାଣୁର ପ୍ରକାର B1.617.1 ଏବଂ B1.617.2କୁ ଯଥାକ୍ରମେ ‘କପ୍ପା’ ଓ ‘ଡେଲଟା’ ନାମରେ ନାମିତ କରିଛି।ସୋମବାର ଦିନ ହୁ ଏହାକୁ ଘୋଷଣା କରି କହିଛି ଯେ ବିଭିନ୍ନ ପ୍ରକାରର କରୋନା ଭୂତାଣୁ ନାମକରଣ ପାଇଁ ଏହା ଗ୍ରୀକ୍ ଅକ୍ଷରଗୁଡିକୁ ବ୍ୟବହାର କରିଛି। କରୋନା ବୈଷୟିକ ବ୍ୟାପାରର ମୁଖ୍ୟ ଡଃ ମାରିଆ ୱାନ୍ କେର୍ଖୋଭ ସୋମବାର ଟ୍ୱିଟ୍ କରି କହିଛନ୍ତି ଯେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ସେମାନଙ୍କ ସହଜ ଚିହ୍ନଟ ପାଇଁ କରୋନା ଭୂତାଣୁର ନାମ ପରିବର୍ତ୍ତନ କରିଛି। ସେମାନଙ୍କର ବୈଜ୍ଞାନିକଭିତ୍ତିକ ନାମକରଣରେ କୌଣସି ପରିବର୍ତ୍ତନ ହେବ ନାହିଁ। ତଥାପି, ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ବିତର୍କ ସମୟରେ ସେମାନଙ୍କୁ ସହଜରେ ଚିହ୍ନିବା। ସଂଗଠନ ଏକ ବିବୃତ୍ତିରେ କହିଛି ଯେ ହୁ ଦ୍ବାରା ନିର୍ମିତ ଏକ ବିଶେଷଜ୍ଞ ଗୋଷ୍ଠୀ ସାଧାରଣ ବାର୍ତ୍ତାଳାପ ସମୟରେ ଜୀବାଣୁଙ୍କ ରୂପକୁ ବୁଝିବା ସହଜ କରିବା ପାଇଁ ଆଲଫା, ଗାମା, ବିଟା ଗାମା ଭଳି ଗ୍ରୀକ୍ ଶବ୍ଦ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ବାରା ସାଧାରଣ ଜନତା ମଧ୍ୟ ଜାଣିପାରିବେ। ଚାଲିଥିବା ଆଲୋଚନାକୁ ବୁଝିବା ସହଜ ହେବା ଉଚି

Leave A Reply

Your email address will not be published.