କରୋନା ସଂକ୍ରମିତ ହୋଇ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

କରୋନାରେ ସଂକ୍ରମିତ ହେବା ପରେ ବିଶିଷ୍ଟ ଇଂରାଜୀ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୯୦ ବର୍ଷୀୟ କବି ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲା ବେଳେ ତାଙ୍କର କୋଭିଡ ଟେଷ୍ଟ ପଜିଟିଭ୍ ରହିଥିବା ଜଣାପଡିଛି । ଏସସିବି ସୁପରିଟେଣ୍ଡେଣ୍ଟ ଲୁସି ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଶ୍ରୀ ମହାପାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଅକ୍ସିଜେନ ସପୋର୍ଟ ଯୋଗାଇ ଦିଆଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଅକ୍ସିଜେନ ସ୍ତର ୯୬-୯୭ ରହିଛି। ତେବେ ତାଙ୍କର ସୁସ୍ଥ ଓ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ବିଟ କରି ଲେଖିଛନ୍ତି ଯେ, ବିଶିଷ୍ଟ କବି ଶ୍ରୀ ଜୟନ୍ତ ମହାପାତ୍ର କୋଭିଡ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

Leave A Reply

Your email address will not be published.