ଆଜି ୪୨ ଜଣଙ୍କ କରୋନାରେ ମୃତ୍ୟୁ

କରୋନାର କାୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ଦୈନିକ ବଢିବାରେ ଲାଗିଛି । ମୃତକଙ୍କ ସଂଖ୍ୟା ଦୈନିକ ରେକର୍ଡମୁହାଁ ରହୁଛି । ଗତ ୨୪ ଘଣ୍ଟା ଭିତରେ ୪୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୭୩ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ହୋଇଥିବା ବେଳେ କଳାହାଣ୍ଡି ଓ କଟକ ଜିଲ୍ଲାରୁ ୪ ଜଣ ରହିଛନ୍ତି । ବୌଦ୍ଧ ଓ ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର , ଦେଓଗଡ଼, ଗଜପତି ଓ କେନ୍ଦ୍ରାପଡ଼ା ନବରଙ୍ଗପୁର ଓ ରାୟଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି ।

Leave A Reply

Your email address will not be published.