ମିଲଖା ସିଂଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ପୂର୍ବତନ କିମ୍ବଦନ୍ତୀ ଦ୍ରୁତ ଧାବକ   ମିଲଖା ସିଂଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରିଥିଲେ ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆଥଲେଟମାନଙ୍କୁ ଆଶୀର୍ବାଦ ଏବଂ ପ୍ରେରଣା ଦେବା ପାଇଁ ସେ ଶୀଘ୍ର ଫେରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଗତ କିଛିଦିନ ହେବ ମିଲଖା ସିଂ କରୋନା ସଂକ୍ରମଣରେ  ଅସୁସ୍ଥ ହୋଇ ଚିକିତ୍ସା କରୁଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଟିକାକରଣଠାରୁ ଆରମ୍ଭ କରି ପ୍ରଶିକ୍ଷଣ ସୁବିଧା ପର୍ଯ୍ୟନ୍ତ, କ୍ରୀଡ଼ାବିତଙ୍କ ସମସ୍ତ ଆବଶ୍ୟକତା ନିଶ୍ଚିତ ଭାବେ ପୂରଣ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିଶ୍ବସ୍ତରରେ ଚମକୁ ଥିବା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ଦ୍ବାରା ଆହୁରି ହଜାରରୁ ଅଧିକ କ୍ରୀଡ଼ାବିତ୍ ଅନୁପ୍ରାଣିତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ଜୁଲାଇରେ ଭିଡିଓ କନଫରେନ୍ସ ଜରିଆରେ ଆମର ଅଲିମ୍ପିକ୍ସ ଦଳ ସହିତ ମୁଁ ଯୋଡ଼ି ହେବି ଏବଂ ସେମାନଙ୍କୁ ଉତ୍ସାହିତ କରିବି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.